Health tips and news

Health tips and news

Sara Tendulkar: ସାରାଙ୍କ ସହ ବ୍ରେକ୍‌ଅପ୍‌ ପରେ ଏହି ଅଭିନେତ୍ରୀଙ୍କ ସହ ନଜର ଆସିଲେ ଗିଲ୍‌! ଲଣ୍ଡନରେ ବିତାଉଛନ୍ତି ସମୟ

 


Sara Tendulkar: ଶୁଭମନ ଗିଲ୍‌ଙ୍କ ସହ ସାରାଙ୍କ ବ୍ରେକଅପ୍‌ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହ ନଜର ଆସିଛନ୍ତି ଗିଲ୍‌ !

Sara Tendulkar: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର୍ ଶୁଭମନ ଗିଲ୍ ଏବଂ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ମଧ୍ୟରେ ସମ୍ପର୍କକୁ ନେଇ ପୂରା ଦେଶରେ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଆସୁଛି । କେତେବେଳେ ସାରାଙ୍କ ସହ ଗିଲ୍‌ ନଜର ଆସୁଛନ୍ତି ତ ଆଉ କେତେବେଳେ ବ୍ରେକ୍‌ଅପ୍‌ ହୋଇଥିବା ନେଇ ଚର୍ଚ୍ଚା ହେଉଛି । କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ପାରୋଡି ଆକାଉଣ୍ଟ ଖୋଲାଯାଇ ବିଭିନ୍ନ ପୋଷ୍ଟ ପ୍ରସଙ୍ଗରେ ମୁହଁ ଖୋଲିଥିଲେ ସାରା ତେନ୍ଦୁଲକର । କାରଣ ଖୋଲାଖୋଲିତ ଭାବେ ତାଙ୍କ ନାଁ ରେ ଏକ ଅବିକଳ ଆକାଉଣ୍ଟ ଖୋଲାଯାଇ ଗିଲ୍‌ଙ୍କ ସହ ତାଙ୍କୁ ଯୋଡାଯାଇଥିଲା । ଏ ନେଇ ମୁହଁ ଖୋଲିଥିଲେ ସାରା । ପରେ ଚର୍ଚ୍ଚା ହୋଇଥିଲା ଯେ, ଗିଲ୍‌ଙ୍କ ସହ ସାରାଙ୍କ ବ୍ରେକ୍‌ଅପ୍‌ ହୋଇଯାଇଛି । ଏବେ କିନ୍ତୁ ଲଣ୍ଡନରେ ସମୟ ବିତାଉଛନ୍ତି ଶୁଭମନ ଗିଲ୍‌ । ବିଶ୍ବକପ୍‌ ପରାଜୟ ପରେ ଲଣ୍ଡନରେ ଅଛନ୍ତି ଗିଲ୍‌। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହିତ ନଜର ଆସିଛନ୍ତି ଶୁଭମନ୍ ।

ଶୁଭମନ ଗିଲ୍‌ଙ୍କ ସହ ସାରାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହ ନଜର ଆସିଛନ୍ତି ଗିଲ୍‌ । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କିଛି ସୋସିଆଲ ମିଡିଆ ୟୁଜର କହୁଛନ୍ତି ସାରାଙ୍କ ସହ ଆଉ ରିଲେସନସିପ୍‌ରେ ନାହାନ୍ତି ଗିଲ୍ । ଆଉ କିଛି କହୁଛନ୍ତି ସାରାଙ୍କୁ କେବେ ଠାରୁ ଭୁଲିସାରିଛନ୍ତି ଶୁଭମନ । ତେବେ ଏହି ଗୁଜବକୁ ଖୋରାକ୍ ଯୋଗାଇଛି ଗିଲ୍‌ଙ୍କ ସହ ଅଭିନେତ୍ରୀଙ୍କ ଫଟୋ ।

ସୂଚନା ଯେ, ଏବେ ଲଣ୍ଡନରେ ଛୁଟି କାଟୁଥିବା ଶୁଭମନ ଗିଲ୍‌ । ଏହି ସମୟରେ ସେ ଅଭିନେତ୍ରୀ ଅଭନୀତ କୌରଙ୍କ ସହ ନଜର ଆସିଛନ୍ତି । ଯାହା ଫଟୋ ମଧ୍ୟ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଗିଲ୍ ଓ ଅଭନୀତଙ୍କ ସହ ଅନସୁଲ ଗର୍ଗ ଏବଂ ରାଘବ ଶର୍ମା ମଧ୍ୟ ନଜର ଆସିଛନ୍ତି । ଅତୀତରେ ଶୁଭମନ୍ ସାରା ତେନ୍ଦୁଲକରଙ୍କୁ ଡେଟ୍ କରୁଥିବା ନେଇ ଗୁଜବ ଥିଲା । କିନ୍ତୁ ଏ ନେଇ ଦୁହେଁ କେବେ ଖୁଲାସା କରିନଥିଲେ । ଏବେ ଅଭନୀତଙ୍କ ସହ ଗିଲ୍‌ ନଜର ଆସିବା ସାରାଙ୍କ ସହ ବ୍ରେକ୍‌ଅପ୍‌ ଚର୍ଚ୍ଚାକୁ ବଢାଇ ଦେଇଛି ।

ଆଉ ଜଣେ ଯୁବକଙ୍କ ସହ ନଜର ଆସିଥିଲେ ସାରା

କ୍ରିକେଟର ଶୁଭମନ ଗିଲ୍‌ ଏବଂ ସାରା ତେନ୍ଦୁଲକରଙ୍କ ମଧ୍ୟରେ କିଛି ଠିକ୍‌ଠାକ୍‌ ଚାଲୁନଥିବା ଚର୍ଚ୍ଚା ହେଉଛି । ଏପରିକି ସାରାଙ୍କ ବୟଫ୍ରେଣ୍ଡ ଗିଲ୍‌ ନୁହେଁ ବରଂ ଅନ୍ୟ ଜଣେ ବୋଲି କୁହାଯାଉଛି । ତେବେ କିଏ ସେ ଯୁବକ? ବିଶ୍ବକପ୍‌ ସମୟରେ ସାରାଙ୍କ ପାଖରେ ସେହି ଯୁବକ ବସିଥିବା ଫଟୋ ବି ବେଶ୍‌ ଭାଇରାଲ ହୋଇଥିଲା । ଶୁଣିବାକୁ ମିଳୁଛି ସାରା ଏବେ ଶୁଭମନ୍‌ ଗିଲ୍‌ ନୁହେଁ ବରଂ ସେହି ଯୁବକଙ୍କୁ ଡେଟ୍‌ କରୁଛନ୍ତି । ବଡ କଥା ହେଉଛନ୍ତି ଖୁସପ୍ରୀତ ସିଂ ହେଉଛନ୍ତି ଗିଲ୍‌ଙ୍କ ଘନିଷ୍ଠ ବନ୍ଧୁ !

କିଏ ସେହି ଯୁବକ?

ବିଶ୍ୱକପ ସମୟରେ ସାରା ତେନ୍ଦୁଲକରଙ୍କୁ ଅନେକ ମ୍ୟାଚରେ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା। କିନ୍ତୁ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ଅନ୍ୟ କାହା ସହିତ ନଜର ଆସିଛନ୍ତି । ବାସ୍ତବରେ ସାରାଙ୍କୁ ଖୁସପ୍ରୀତ ସିଂ ଅଲାଖଙ୍କ ସହ ଦେଖିବାକୁ ମିଳୁଛି । ଦୁହେଁ ଏକାଠି ଅନେକ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ଆସିଥିଲେ। ଅନ୍ୟ ଏକ କ୍ଲିପ୍‌ରେ ସାରା ଏବଂ ଖୁସପ୍ରୀତଙ୍କୁ ମୁମ୍ବାଇର ଜିଓ ୱାର୍ଲ୍ଡ ପ୍ଲାଜା ଇଭେଣ୍ଟରେ ଏକାଠି ଯାଉଥିବା ଦେଖିବାକୁ ମିଳିଥିଲା । ଭିଡିଓରେ ଗିଲ୍ ମଧ୍ୟ ଦେଖିବାକୁ ମିଳିଥିଲେ । ତେଣୁ ସାରା ଏବେ ଗିଲ୍‌ ନୁହେଁ ବରଂ ଖୁସପ୍ରୀତ ସିଂଙ୍କୁ ଡେଟ୍‌ କରୁଥିବା କୁହାଯାଉଛି ।