Health tips and news

Health tips and news

Anubhab Mohanty: ଖୁବଶୀଘ୍ର ଦ୍ବିତୀୟ ବିବାହ କରିବେ ଅନୁଭବ , ଯାହା ଚାହୁଁଥିଲି ସେଇଆ ହେଲା

 Anubhab Mohanty: ଅନୁଭବ ଏବଂ ବର୍ଷା ବିବାହ ବିବାଦ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ।


ହାଇକୋର୍ଟଙ୍କ ରାୟ ଆସିବା ପରେ ଖୁସି ପ୍ରକଟ କରିଛନ୍ତି ଅନୁଭବ। ନିଜ ପ୍ରତିକ୍ରିୟାରେ ଅନୁଭବ କହିଛନ୍ତି ସେ ଯାହା ଚାହୁଁଥିଲେ, ସେଇଆ ହେଲା। ‘ବର୍ଷା ଯାହା କହୁଥିଲେ, ସବୁ ମିଥ୍ୟା ପ୍ରମାଣିତ ହେଲା। ଏହାଠାରୁ ଖୁସିର ଦିନ ଆଉ କିଛି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି କି ଖୁବଶୀଘ୍ର ଦ୍ବିତୀୟ ବିବାହ କରିବେ। ବାପାଙ୍କ ଦେହ ଠିକ୍ ହେବା ପରେ ବିବାହ କରିବେ। ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ହଇରାଣ କରାଯାଉଥିବା କହିଛନ୍ତି ଅନୁଭବ। ୨୦୨୩, ସେପ୍ଟେମ୍ବର୍‌ ୨୨ରେ ଟକ ପରିବାର ଅଦାଲତ ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଥିଲେ। ଏହାସହିତ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ ବର୍ଷା ରୁଜୁ କରିଥିବା ମାମଲାକୁ ବି କୋର୍ଟ ଖାରଜ କରିଥିଲେ। ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅନୁଭବ।


Anubhab-Barsha: ଅଲଗା ହେବେ ଷ୍ଟାର ଦମ୍ପତି ବର୍ଷା ଓ ଅନୁଭବ। ବର୍ଷାଙ୍କ ଠାରୁ ଛାଡ଼ପତ୍ର ନେବା ପାଇଁ ଅନୁଭବଙ୍କୁ ଅନୁମତି ପ୍ରଦାନ କରିଛନ୍ତି ହାଇକୋର୍ଟ। ଅନୁଭବ ହାଇକୋର୍ଟରେ ଦାୟର କରି ଥିବା ଛାଡ଼ପତ୍ର ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ପତିପତ୍ନୀଙ୍କ ସମ୍ପର୍କ ନଥିବା କଥାକୁ କୋର୍ଟ ଗ୍ରହଣ କରି ନିର୍ଦେଶ ଦେଇଥିବା କହିଛନ୍ତି ଅନୁଭବଙ୍କ ଓକିଲ। କଟକ ପରିବାର ଅଦାଲତର ରାୟକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ସାଂସଦ ଅନୁଭବ ମହାନ୍ତି।


ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ କଟକ ଫ୍ୟାମିଲି କୋର୍ଟ ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ । କଟକ ଫ୍ୟାମିଲି କୋର୍ଟରେ ଅନୁଭବ ଦାୟର କରିଥିବା ଛାଡ଼ପତ୍ର ଆବେଦନକୁ ଖାରଜ କରିଥିଲେ ଫ୍ୟାମିଲି କୋର୍ଟ । ତା ସହିତ ଏକାଠି ରହିବାକୁ ବର୍ଷା କରିଥିବା ଆବେଦନକୁ ବି ଅଗ୍ରାହ୍ୟ କରିଥିଲେ କୋର୍ଟ । ବର୍ଷାଙ୍କୁ ଛାଡ଼ପତ୍ର ଦେବା ଲାଗି ଅନୁଭବ ପ୍ରଥମେ ଦିଲ୍ଲୀର ପତିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ । ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବର୍ଷା । ପରେ କଟକ ଫ୍ୟାମିଲି କୋର୍ଟକୁ ମାମଲା ହସ୍ତାନ୍ତର କରିଥିଲେ ପତିଆଲା ହାଉସ କୋର୍ଟ । କଟକ ପରିବାର ଅଦାଲତରେ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଶୁଣାଣି ଚାଲିବା ପରେ ରାୟ ପ୍ରକାଶ ପାଇଥିଲା । ଏବେ ସେହି ରାୟକୁ ହାଇକୋର୍ଟ ଖାରଜ କରିବା ସହିତ ଛାଡପତ୍ର ଆବେଦନକୁ ଗ୍ରହଣ କରିଛନ୍ତି ।